ନୂଆଦିଲ୍ଲୀ,୨୮।୬: ନିଜ ବାହାନରେ ଦିଲ୍ଲୀ ଯିବା ଆସିବା କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଦିଲ୍ଲୀରେ ୧ ଜୁଲାଇରୁ ପୁରୁଣା ବାହନକୁ ପେଟ୍ରୋଲ-ଡିଜେଲ୍ ମିଳିବନି। CAQM (ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ) ନିଷ୍ପତ୍ତି ନେଇଛି। ଏଭଳି ବାହନକୁ ଜବତ କରି ସ୍କ୍ରାପ୍ କରାଯିବ। ଦିଲ୍ଲୀ ସରକାର ଓ ଟ୍ରାପିକ୍ ପୋଲିସ ମିଶିକି ଏହି ଯୋଜନା ତିଆରି କରିଛି। ସେ EOL EOL ଅର୍ଥାତ ‘ଏଣ୍ଡ-ଅଫ୍-ଲାଇଫ୍’ ବାହନର ହଟସ୍ପଟ୍ ମଧ୍ୟ ଖୋଜି ନିଆଯାଇଛି। ଏହାର ଲକ୍ଷ୍ୟ ଦିଲ୍ଲୀର ବାୟୁକୁ ସଫା କରିବା।
ଅଧିକାରୀଙ୍କ କହିବା ଅନୁସାରେ, ୧ ଜୁନ୍ରୁ ୨୩ ଜୁନ୍ ଭିତରେ ପ୍ରାୟ ୧.୪ ଲକ୍ଷ ବାହନକୁ EOL ରୂପରେ ଚିହ୍ନଟ କରାଯାଇଛି। ମୋଟ ଭାବରେ ୮.୧ ଲକ୍ଷ ବାହନର ଚିହ୍ନଟ କରାଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ, ୪୯୮ ପେଟ୍ରୋଲ ପମ୍ପରେ ଅଟୋମେଟିକ୍ ନମ୍ବର ପ୍ଲେଟ ରିକଗନେସନ୍ (ANPR) କ୍ୟାମେରା ଲଗାଯାଇଛି। ଏଥିରେ ୩୮୨ ପେଟ୍ରୋଲ ଓ ଡିଜେଲ ଥିବା ବାହନ ପାଇଁ ରହିଛି, ସେଭଳି ୧୧୬ ସିଏନ୍ଜି ବାହନ ପାଇଁ ରହିଛି। ତେବେ ଅଧିକାରୀମାନେ ଏହା ସ୍ପଷ୍ଟ କରିଛନ୍ତି ଯେ, ସିଏନ୍ଜିରେ ଚାଲୁଥିବା ପୁରୁଣା ବାହନ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇ ନାହିଁ। ଏଏନ୍ପିଆର ଟେକ୍ନୋଲୋଜିରୁ ବାହନର ଡାଟାକୁ ରିୟଲ ଟାଇମ୍ରେ ରେକର୍ଡ ଓ ଟ୍ରାକ୍ କରାଯାଇପାରେ। ଏହାଦ୍ବାରା ବାହାନର ବୟସ ସହିତ ସବୁ ସୂଚନା କିଛି ସେକେଣ୍ଡରେ ମିଳିଯାଇଥାଏ।
CAQM ର ସଦସ୍ୟ ବିରେନ୍ଦ୍ର ଶର୍ମା କହିଛନ୍ତି, ଆମେ ଶେଷରେ EOL ବାହନକୁ ସଡକୁ ହଟାଇବାର ସମସ୍ୟାକୁ ସମାଧାନ କରିବାର ନିଷ୍ପତ୍ତି ନିଆଯାଇଛି।’ ସେ କହିଛନ୍ତି, EOL ବାହନକୁ ଦିଲ୍ଲୀର ସଡକରୁ ହଟାଇବାର ମାମଲା ୨୦୧୫ ରେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ ପରେ ୨୦୧୮ ରେ ସୁପ୍ରିମକୋର୍ଟରେ ଉଠାଯାଇଛି, କିନ୍ତୁ ANPR ଭଳି ଟେକ୍ନୋଲୋଜି ହେବା କାରଣରୁ ଏହାକୁ ଲାଗି କରାଯାଇ ନାହିଁ। ଶର୍ମା କହିଛନ୍ତି, EOL ବାହନ ପ୍ରଦୂଷଣ ରୋକିଥାଏ। ରିସର୍ଚ୍ଚରୁ ଜଣାପଡିଛି ଯେ, BS4 ବାହନ, BS6 ବାହନର ତୁଳନାରେ ୫.୫ ଗୁଣା ଅଧିକ ପ୍ରଦୂଷଣ କରିଥାଏ। ନିୟମ ଅନୁସାରେ, ୧୫ ବର୍ଷ କିମ୍ବା ତା’ଠାରୁ ପୁରୁଣା ପେଟ୍ରୋଲ ବାହନ ଓ ୧୦ ବର୍ଷ ପୁରୁଣା ଡିଜେଲ ବାହନ EOL ମନେକରାଯାଏ। ଦିଲ୍ଲୀରେ ୮୦ ଲକ୍ଷରୁ ଅଧିକ ରେଜିଷ୍ଟର୍ଡ ବାହନ ରହିଛି। ଅଧିକାରୀଙ୍କ କହିବା ଅନୁସାରେ, ପୋଲିସ ଓ ପରିବହନ ବିଭାଗ ସହିତ ଅଲଗା ଅଲଗା ଏଜେନ୍ସି ମିଶିକି କାର୍ଯ୍ୟାନୁଷ୍ଠାନ କରିବେ।